ମହାପ୍ରଭୁଙ୍କ ପ୍ରେମରେ ମରିସସର ପ୍ରବାସୀ ଭାରତୀୟ ମହମ୍ମଦ ଅରସଦ

ETVBHARAT 2025-01-08

Views 1

ଭୁବନେଶ୍ବର: ଜାଗା ପ୍ରେମରେ ପ୍ରବାସୀ ଭାରତୀୟ ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାମ୍ନାରେ ହାତଯୋଡି ପ୍ରାର୍ଥନା କରୁଛନ୍ତି ମରିସସରେ ପ୍ରବାସୀ ଭାରତୀୟ ମହମ୍ମଦ ଅରସଦ ।ସେ ପୁଣି ଜାତିରେ ଜଣେ ଜବନ । ମୁସଲିମ ସମ୍ପ୍ରଦାୟର ହୋଇ ମଧ୍ୟ ଶ୍ରୀଜଗନ୍ନାଥଙ୍କ ପ୍ରେମରେ ହଜିଯାଇଛନ୍ତି ମହମ୍ମଦ । ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ଅବସରରେ ଜଗନ୍ନାଥଙ୍କ ସାମ୍ନାରେ ହାତଯୋଡି ପ୍ରଣିପାତ କରୁଥିବା ଦେଖିବାକୁ ମିଳିଛି ।ଏହି ଅବସରରେ ସେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି," ମରିସସରେ ମହାତ୍ମା ଗାନ୍ଧୀ ,ନେଲସନ ମଣ୍ଡେଲାଙ୍କୁ ପୂଜା କରାଯାଏ ।ଓଡ଼ିଶାରେ ବହୁ ଧାର୍ମିକ ଅନୁଷ୍ଠାନ ରହିଛି । ଓଡ଼ିଶାରେ ବହୁବିଧ ସମ୍ପ୍ରଦାୟର ଲୋକେ ବାସ କରନ୍ତି । ଶାନ୍ତି ଏବଂ ମୁକ୍ତି ପାଇଁ ମୋର ପ୍ରାର୍ଥନା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମୁଁ ଭଲ ପାଏ । ପୁରୀରେ ବାହାରୁ ଶ୍ରୀଜଗନ୍ନାଥ ମନ୍ଦିର ଦେଖିଛି । ଆମେମାନେ ମନୁଷ୍ୟ,ଭଗବାନ ଜଗନ୍ନାଥ ମଧ୍ୟ ଜୀବନ୍ତ ଦେବତା । ମରିସସରେ ମହାଶିବରାତ୍ରି ପାଳନ କରାଯାଏ ।"

ଏହା ମଧ୍ୟ ପଢନ୍ତୁ...ବଦଳିଛି ଓଡ଼ିଶା, ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ନାହିଁ ଭାରତ: ପ୍ରବାସୀ ଡାକ୍ତର - PRAVASI BHARATIYA DIVAS

ଏହା ମଧ୍ୟ ପଢନ୍ତୁ...ସଞ୍ଜ ନଇଁଲେ ଦୁଲୁକୁଛି ରାଜଧାନୀ, ଜାଣନ୍ତୁ କେଉଁଠି ଚାଲିଛି କେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ? - PRAVASI BHARATIYA DIVAS 2025

ଇଟିଭି ଭାରତ, ଭୁବନେଶ୍ବର 

Share This Video


Download

  
Report form
RELATED VIDEOS