ଭୁବନେଶ୍ବର: ଆଜି ବୁଦ୍ଧ ଦରକାର ଯୁଦ୍ଧ ନୁହେଁ : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
ଆଜି ବୁଦ୍ଧ ଦରକାର ଯୁଦ୍ଧ ଦରକାର। ନୁହେଁ । ଓଡ଼ିଶାର କଳା ସଂସ୍କୃତି ଏବଂ ପରମ୍ପରା ବିଷୟରେ ଲୋକଙ୍କୁ ଦେଖାଇବା ଆବଶ୍ୟକ । ଆସିଥିବା ଅତିଥିମାନେ ଆମ ରାଜ୍ୟର କଳା ସଂସ୍କୃତି ଏବଂ ବାଣିଜ୍ୟକୁ ଦେଖିବେ ଯାହା ଓଡ଼ିଶା ପାଇଁ ଲାଭ ଦାୟକ ହେବ ଏବଂ ଓଡ଼ିଶାବାସୀଙ୍କୁ ଆଗକୁ ବଢିବାରେ ସହାଯ୍ୟ କରିବ ।
ସେ ଆହୁରି ମଧ୍ୟ କହିଛନ୍ତି,"ଗୋଟିଏ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ତିନି ତିନି ଥର ଆସିବା ଏବଂ ରାଷ୍ଟ୍ରପତି ଆସିବା ।ଏହାର ଅର୍ଥ ହେଉଛି ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି । ଓଡ଼ିଶା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ଦ୍ରୁତ ପ୍ରଗତି ହେବ । ଡବଲ ଇଞ୍ଜିନ , ଡବଲ ସ୍ପିଡରେ ଚାଲିବ ।ଶିକ୍ଷା ,ସ୍ୱାସ୍ଥ୍ୟ,କୃଷି ,ବୈଷୟିକ ପ୍ରଭୁତି କ୍ଷେତ୍ରରେ ଦେଶର ବିକାଶ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି।
ଇଟିଭି ଭାରତକୁ ଭୂରି ଭୂରି ପ୍ରଶଂସା:
ଇଟିଭି ଏକ ବହୁତ ବଢିଆ ଟିଭି । ପ୍ରଥମେ ଆରମ୍ଭ ହୋଇଥିଲା । ବିଭିନ୍ନ ପ୍ରକାର ଭାଷାରେ ଚ୍ୟାନେଲ ରହିଛି । ଗଣମାଧ୍ୟମ ହିସାବରେ ଲୋକଙ୍କ ସମସ୍ୟାକୁ ପରିବେଷଣ କରୁଥିବାକୁ ମୁଁ ଧନ୍ୟବାଦ ଦେଉଛି । "