ଅପରେସନ ସିନ୍ଦୂର, ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ; ଯୁବବର୍ଗଙ୍କ ମଧ୍ୟରେ ଖୁସିର ମାହୋଲ

ETVBHARAT 2025-05-07

Views 4

Celebration after Operation Sindoor ବ୍ରହ୍ମପୁର: 'ଅପରେସନ ସିନ୍ଦୂର'ରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର ଉପରେ ରହିଥିବା ଆତଙ୍କବାଦୀଙ୍କ ୯ଟି ଆଡ୍ଡା ଧ୍ୱଂସ କରି ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତ । ଏହାପରେ ସାରା ଦେଶରେ ଖୁସିର ମାହୋଲ ଖେଳିଯାଇଛି ।  ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଯୁବବର୍ଗ ଖୁସି ମନାଇବା ସହ ଭାରତୀୟ ସେନାକୁ ପ୍ରଶଂସାରେ ପୋତିଛନ୍ତି । 

ସବୁଠି ଶୁଭିଲା 'ଭାରତ ମାତା କି ଜୟ':

କାଶ୍ମୀରର ପହଲଗାମରେ ଆତଙ୍କୀ ହାମଲା ପ୍ରତିଶୋଧ ନେଇଛି ଭାରତ । ସେନାର 'ଅପରେସନ୍ ସିନ୍ଦୂର' ମାଧ୍ୟମରେ ପାକିସ୍ତାନ ଉପରେ ଗତ ମଙ୍ଗଳବାର ରାତିରେ ହୋଇଥିଲା ମିସାଇଲ ମାଡ । ପାକିସ୍ତାନ ଓ ପାକ୍ ଅଧୂକୃତ କାଶ୍ମୀର ଉପରେ ରହିଥିକବା ଆତଙ୍କବାଦଙ୍କ ଗୋଟିଏ ପରେ ଗୋଟିଏ ଏଭଳି ନଅଟି ଆଡ୍ଡା ଉପରେ ଭାରତୀୟ ସେନାର ମିସାଇଲ୍ ଆକ୍ରମଣ କରିଥିଲେ। ଏହାପରେ ଆଜି (ବୁଧବାର) ସକାଳୁ ଦେଶବାସୀଙ୍କ ମଧ୍ୟରେ ଭାରତୀୟ ସେନାକୁ ନେଇ ପ୍ରତ୍ୟେକ ଗର୍ବ ଅନୁଭବ କରିଥିଲେ।  


'ଆତଙ୍କବାଦର ଚିହ୍ନ ଲିଭିଯିବାର ଆବଶ୍ୟକତା ରହିଛି '

ଏନେଇ ଅବସରପ୍ରାପ୍ତ ସେନାର କର୍ମଚାରୀ ହାବିଲଦାର ସିମାଞ୍ଚଳ ବାରିକ କହିଛନ୍ତି,"ଗତ ୨୨ ତାରିଖର ଦୁଃଖର ଘଟଣା ପରେ ଗତକାଲି ମଧ୍ୟ ରାତ୍ରରେ ସେନାର ଆତଙ୍କୀର ନିଦ ହଜାଇ ଦେଇଛନ୍ତି । ପୂର୍ବରୁ ମୁଁ ସେହି ଅଞ୍ଚଳରେ କାର୍ଯ୍ୟ କରିଥିବା ଯୋଗୁଁ ସେହି ଅଞ୍ଚଳରେ ସବୁଦିନ ପାଇଁ ଆତଙ୍କବାଦର ଚିହ୍ନ ଲିଭିଯିବାର ଆବଶ୍ୟକତା ରହିଛି । ଏପରିକି ଭାରତୀୟ ସେନା ଏହାର ଆଗାମୀ ଦିନରେ ଆହୁରୀ ଦୃଢ ଜବାବ ଦେବେ । ପାକିସ୍ତାନ ଯେଉଁଭଳି ଆତଙ୍କବାଦଙ୍କୁ ନେଇ ତାଲିମ କେନ୍ଦ୍ର କରିଛି ତାହାକୁ  ଧ୍ୱଂସ କରିବା ଆବଶ୍ୟକତା ରହିଛି।ନୀରିହ ଲୋକଙ୍କୁ ହତ୍ୟା ଘଟଣାର ମୁହଁତୋଡ ଜବାବ ମିଳିଛି। 

ସେହିପରି ଅନ୍ୟ ଜଣେ ଯୁବକ କହିଛନ୍ତି," ମଧ୍ୟରାତ୍ରରେ ଯେତେବେଳେ ଭାରତୀୟ ସେନା ପକ୍ଷରୁ ଆତଙ୍କବାଦଙ୍କ ଆଡ୍ଡାକୁ ଧ୍ୱଂସ କରାଯାଉଥିବା ଜାଣିବାକୁ ପାଇଥିଲେ ସେହି ସମୟରେ ସେ  ଖୁସିରେ ଆଉ ଶୋଇପାରିନଥିଲେ ।ଏପରିକି ଅନ୍ୟ ଯେଉଁ ଆତଙ୍କବାଦୀ ରହିଛନ୍ତି ସେମାନଙ୍କ ବିରୁଦ୍ଧରେ ମଧ୍ୟ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି । 

ଏହା ମଧ୍ୟ ପଢନ୍ତୁ...ଅପରେସନ ସିନ୍ଦୂରକୁ ପ୍ରଶାନ୍ତଙ୍କ ପତ୍ନୀଙ୍କ ସ୍ବାଗତ, 'ସ୍ବାମୀଙ୍କୁ ମାରିଥିବା ଆତଙ୍କବାଦୀକୁ ଗୁଳି କରି ଫଟୋ ଜାରି କର' - OPERATION SINOOR 

ଏହା ମଧ୍ୟ ପଢନ୍ତୁ...LoCରେ ପାକିସ୍ତାନର ଗୁଳିମାଡ଼; 10 ଭାରତୀୟ ମୃତ, ୩୮ ଆହତ - OPERATION SINDOOR

 ଏହା ମଧ୍ୟ ପଢନ୍ତୁ... ଅପରେସନ ସିନ୍ଦୂର: ପହଲଗାମ ଆତଙ୍କୀ ହାମଲାର ପ୍ରତିଶୋଧ, ପାକିସ୍ତାନର ୯ ଆତଙ୍କୀ ଆଡ୍ଡା ଧ୍ୱଂସ - OPERATION SINDOOR


 
ଇଟିଭଇ ଭାରତ, ବ୍ରହ୍ମପୁର 

Share This Video


Download

  
Report form
RELATED VIDEOS