ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ଉତ୍ସବ, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ETVBHARAT 2025-06-11

Views 4

କେନ୍ଦ୍ରାପଡା: ରତ୍ନମଣ୍ଡପରୁ ଓହ୍ଲାଇ ଆସି ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି ପ୍ରଭୁ ବଳଦେବଜୀୟୁ । ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ତୁଳସୀ କ୍ଷେତ୍ର । ଏଠାରେ ବଡଠାକୁର ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଛି । ନୀତିକାନ୍ତି ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ସକାଳ ୯ ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେବକ ପଣ୍ଡାମାନେ ଧାଡି ପହୁଣ୍ଡିରେ ସ୍ନାନ ମଣ୍ଡପକୁ ଆଣିଥିଲେ । ପରେ ଜୟମଙ୍ଗଳା ଆରତୀ, ନୀତି ସ୍ନାନ, ବଲ୍ଲଭ ଭୋଗ , ମଙ୍ଗଳାର୍ପଣ କରାଯାଇଥିଲା । ଏହାପରେ ମଧ୍ୟାହ୍ନ ସମୟରେ ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କୁ ୧୦୮ କଳସ ସୁବାସିତ ଜଳରେ ମହାସ୍ନାନ କରାଯାଇଥିଲା ।ଏହାପରେ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ।ରାତିରେ ଶ୍ରୀଜୀଉଙ୍କୁ ଧାଡି ପହଣ୍ଡିରେ ଅଣସର ଗୃହକୁ ନିଆଯିବ ବୋଲି କହିଛନ୍ତି ସେବାୟତ ଜ୍ୟୋତିରଞ୍ଜନ ପତ୍ରୀ ।

ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ:

ସେହିପରି ତୁଳସୀ କ୍ଷେତ୍ରର ପରମ୍ପରା ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ଦିନ ବ୍ରହ୍ମ ତାଳଧ୍ବଜ ରଥର କାର୍ଯ୍ୟ ଅନୁକୂଳ ହୋଇ ୧୪ଟି ଚକ ,୭ଟି ଅଖରେ ଯୋଚା ଯାଇଥାଏ । ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଦୁଇଟି ନୂଆ ଚକ ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଏ ।ହେଲେ ଚଳିତବର୍ଷ ଚାରୋଟି ନୂଆ ଚକ ସମେତ ତିନୋଟି ନୂଆ ଅଖ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ବିଶ୍ବାସ ରହିଛି ଯେ ସ୍ନାନ ମଣ୍ଡପରୁ ଶ୍ରୀବଳଦେବଜୀୟୁ ବ୍ରହ୍ମ ତାଳଧ୍ବଜ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥାନ୍ତି । ଆଜିଠାରୁ ଶ୍ରୀଜୀୟୁମାନେ ଜ୍ବରରେ ପିଡିତ ହୋଇ ଅଣସର ଘରେ ଚିକିତ୍ସିତ ହେବେ ଏବଂ ଜୁନ ୨୫ ତାରିଖରେ ନବଯୌବନ ଦର୍ଶନ ପରେ ମାଉସୀ ଘରକୁ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି ।

ଏହା ମଧ୍ୟ ପଢନ୍ତୁ... ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ବ୍ରହ୍ମାଣ୍ଡ ଗୋସାଇଁଙ୍କ ଦିବ୍ୟସ୍ନାନ, ଗଜପତି ମହାରାଜାଙ୍କ ଛେରା ପହଁରା - SNANA YATRA 2025

ଏହା ମଧ୍ୟ ପଢନ୍ତୁ...ମହାପ୍ରଭୁଙ୍କୁ ଆଶିଷ ନେଲେ ମୋହନ ମାଝୀ, ସୁରୁଖୁରୁରେ ଚାଲିଛି ସ୍ନାନଯାତ୍ରା - SNANA YATRA 2025

 କେନ୍ଦ୍ରାପଡା ,ଇଟିଭି ଭାରତ

Share This Video


Download

  
Report form
RELATED VIDEOS