ନାଚୁଛି ମୁଁ ଆଜି କାଳିଆ ପାଇଁ....

ETVBHARAT 2025-07-05

Views 27

Puri Bahuda Yatra 2025 ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡି ନୀଳାଚଳିଆ । ଚତୁର୍ଦ୍ଧା ମୂରତିଙ୍କୁ ନେଇ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବା ପାଇଁ ଶରଧାବାଲିରେ ଅପେକ୍ଷା କରିଛନ୍ତି 3 ରଥ । ପୁଣିଥରେ ହେବ ଭକ୍ତ ଓ ଭଗବାନଙ୍କ ମହାମିଳନ । ଏଣେ କାଳିଆ ପ୍ରେମରେ ବନ୍ଧା ହୋଇ ନୃତ୍ୟରେ ବିଭୋର ନୃତ୍ୟଶିଳ୍ପୀ । ତାଳ ମିଶାଇ ନାଚୁଛନ୍ତି ନୃତ୍ୟଶିଳ୍ପୀ । ମହାପ୍ରଭୁଙ୍କ ଭକ୍ତିରେ ବୁଡ଼ି ନୃତ୍ୟ କରୁଛନ୍ତି ନୃତ୍ୟଶିଳ୍ପୀ । 

କିଏ କୃଷ୍ଣ ବେଶରେ ସଜେଇ ହୋଇ ଭକ୍ତିରେ ବିଭୋର ହୋଇଛି ତ ଆଉ କିଏ  ଓଡ଼ିଶୀ ବେଶରେ ସଜେଇ ହୋଇ ନୃତ୍ୟ କରୁଛି । ମହାପ୍ରଭୁଙ୍କ ରଥ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରି ନିଜକୁ କୃତାର୍ଥ ମନେ କରୁଛନ୍ତି ଭକ୍ତ । ଘଣ୍ଟଘଣ୍ଟା, ଖୋଳତାଳରେ ଉଛୁଳି ପଡୁଛି ଶରଧାବାଲି । ଆଉ କିଛି ସମୟର ଅପେକ୍ଷା । ସିଂହଦ୍ବାର ଅଭିମୁଖେ ଗଡିବେ ତିନି ରଥ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡି ହୋଇ ରଥ ଉପରକୁ ଯାଉଛନ୍ତି ତିନି ଠାକୁର । 

ଏହା ମଧ୍ୟ ପଢ଼ନ୍ତୁ...

ମାଉସୀ ମା’ ହାତରୁ ପୋଡ଼ପିଠା ଖାଇବେ ବଡଖିଆ ଠାକୁର, କେମିତି ପ୍ରସ୍ତୁତି ହୁଏ ପିଠା...

ନୀଳକନ୍ଦରକୁ ବାହୁଡିବେ ନୀଳାଚଳିଆ

ଇଟିଭି ଭାରତ, ପୁରୀ

Share This Video


Download

  
Report form
RELATED VIDEOS