ଭୁବନେଶ୍ବର: ଧରାବତରଣ କରିଛନ୍ତି ଜଗତଜନନୀ ମା' ଦୁର୍ଗା । ମା'ଙ୍କ ଆଗମନକୁ ନେଇ ଉତ୍ସବ ମୁଖର ହୋଇଛି ରାଜଧାନୀ ଭୁବନେଶ୍ୱର । ଆଜି ମହାମାୟୀଙ୍କ ମହା ସପ୍ତମୀ ହୋଇଥିବା ବେଳେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ଗତକାଲି ଷଷ୍ଠୀ ଠାରୁ ମା'ଙ୍କ ପୂଜା ଆରମ୍ଭ ହୋଇଛି । ମା'ଙ୍କ ପୂଜା ସହ ତୋରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଚକେଇସିଆଣୀ ପୂଜା ମଣ୍ଡପରେ ଶୋଭାପାଉଛି ୬୫ ଫୁଟର ରୁପାର ତୋରଣ । ପୂଜା ମଣ୍ଡପ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ବା ସିଲଭର ଜୁବଲି ପାଳନ କରୁଥିବା ବେଳେ ୬୫ ଫୁଟ ଉଚ୍ଚତା ଓ ୫୫ ଫୁଟ ଚଉଡ଼ାର ରୂପା ବା ଧବଳ ରଙ୍ଗରେ ସଜେଇ ହୋଇଛି ତୋରଣ ।
ପ୍ଲାଷ୍ଟିକ ମୁକ୍ତ ପୂଜାକୁ ନେଇ ପ୍ରକୃତିକୁ ସୁହାଇଲା ପରି ସାମଗ୍ରୀ ଯେମିତି, ଧଳା କପଡା ଓ ସୋଲ ବ୍ୟବହାର ସହ ରୂପା ରଙ୍ଗ କରାଯାଇ ରୌପ୍ୟ ଜୟନ୍ତୀ ପାଳୁଛି ଚକେଇସିଆଣୀ ପୂଜା ମଣ୍ଡପ । ରୌପ୍ୟ ଜୟନ୍ତୀରରେ ରୂପାର ତୋରଣରେ ପୂଜା ପାଇବେ ମା' ଦୁର୍ଗା । ସବୁ ବର୍ଷ ନିଆରା ଥିମକୁ ନେଇ ବେଶ ଜଣାଶୁଣା ଥିବା ଏହି ମଣ୍ଡପ ଏଥର ରାଜସ୍ଥାନ ପ୍ୟାଲେସ କରି ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନ କରିଛି । ତେଣୁ ଏଥର ପ୍ରୟାସ ସମସ୍ତଙ୍କୁ ଭଲ ଲାଗିବ ଓ ଶ୍ରଦ୍ଧାଳୁଙ୍କ ମନ ଜିଣିବ ବୋଲି ମଣ୍ଡପର ସଦସ୍ୟ କହିଛନ୍ତି । ସେପଟେ ନିଆରା ଓ ଆକର୍ଷଣୀୟ ତୋରଣ ନେଇ ଚର୍ଚ୍ଚାରେ ରହୁଥିବା ଚକେଇସିଆଣୀ ପୂଜା କମିଟି ଏଥର ୩୦ ଲକ୍ଷ ବ୍ୟୟ ଅଟକଳରେ ପୂଜା ମଣ୍ଡପ ସାଜସଜ୍ଜା କରିଛି ।
ଏହା ମଧ୍ୟ ପଢ଼ନ୍ତୁ...
ମା' ଦୁର୍ଗାଙ୍କ ବେଲବରଣୀ, ପ୍ରଥମେ ବେଲ ବୃକ୍ଷ ମୂଳେ ପୂଜା କରାଯାଏ କାହଁକି ?
ହାୱାମହଲ ତୋରଣରେ ଝଲସୁଛି କଳାହାଣ୍ଡି, ଉତ୍ସବମୁଖର ସହର
ଇଟିଭି ଭାରତ, ଭୁବନେଶ୍ବର