'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'

ETVBHARAT 2025-12-02

Views 19

ସମ୍ବଲପୁର: ଆଜିଠାରୁ ସମ୍ବଲପୁରରେ ଆରମ୍ଭ ହୋଇଛି 30ତମ ଜାତୀୟ ରୋଡ଼ ସାଇକେଲିଂ ଚମ୍ପିଆନସିପ୍ । ଏହା ଓଡ଼ିଶାରେ ଦ୍ଵିତୀୟ ଥର ପାଇଁ ହେଉଥିବା ବେଳେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜ୍ୟ ପାଇଁ ପ୍ରଥମ ଅର୍ଜୁନ ଆୱାର୍ଡ ବିଜେତା ସାଇକେଲିଷ୍ଟ ମିନତୀ ମହାପାତ୍ର l 1980 ମସିହାରେ ସେ ଓଡ଼ିଶା ପାଇଁ ଅର୍ଜୁନ ଆୱାର୍ଡ ଜିତିଥିଲେ l ଏହି ଅବସରରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବଲପୁର ପ୍ରତିନିଧି । 

ଅର୍ଜୁନ ଆୱାର୍ଡ଼ି ବିଜେତା ସାଇକେଲିଷ୍ଟ୍ ମିନତୀ ମହାପାତ୍ର କହିଛନ୍ତି, "ଓଡ଼ିଶାରେ ବହୁତ ସାଇକେଲିଂ ପ୍ରତିଭା ଅଛନ୍ତି, କାରଣ ଓଡ଼ିଶାକୁ ସାଇକେଲିଂ ଗେମରେ ହିଁ ପ୍ରଥମ ଅର୍ଜୁନ ପୁରସ୍କାର ମିଳିଥିଲା । ଆମ ରାଜ୍ୟର 50 ବର୍ଷ ପୂର୍ବରୁ ବି ପ୍ରତିଭା ଥିଲେ, ଏବେ ବି ଅଛନ୍ତି ଓ ଆଗକୁ ମଧ୍ୟ ବାହାରିବେ । ବର୍ତ୍ତମାନ ଆମ ରାଜ୍ୟର କେବଳ ରାଉରକେଲା, ଭୁବନେଶ୍ୱର ଓ ଭଦ୍ରକ ଭଳି ସ୍ଥାନରେ ସାଇକେଲଷ୍ଟ ଅଛନ୍ତି l ମୁଁ ଭାବୁଛି କେନ୍ଦୁଝର, ଫୁଲବାଣୀ ଓ କୋରାପୁଟରେ ମଧ୍ୟ ଭଲ ପ୍ରତିଭା ଅଛନ୍ତି । ସେମାନେ ସୁଯୋଗର ଅପେକ୍ଷାରେ ଅଛନ୍ତି । ପୂର୍ବରୁ ମହିଳାମାନେ କ୍ରୀଡ଼ା କ୍ଷେତ୍ରକୁ ଆସିବା ବହୁତ କଷ୍ଟକର ଥିଲା l ବର୍ତ୍ତମାନ ଏଥିରେ କିଛି ପରିବର୍ତ୍ତନ ଆସିଛି । ଲୋକଙ୍କ ମାନସିକତାରେ ଆହୁରି ପରିବର୍ତ୍ତନର ଆବଶ୍ୟକତା ରହିଛି l କାରଣ ଏବେ ବି ଲୋକ ଭାବୁଛନ୍ତି ଯେ ଖେଳିଲେ ପାଠ ହୁଏ ନାହିଁ l ଖେଳକୁ ନେଇ ଏବେ କ୍ୟାରିୟର କରି ହେବ ଓ ଏଥିରେ ମଧ୍ୟ ଅର୍ଥ ଉପାର୍ଜନ କରିହେବ ଏହାକୁ ଲୋକେ ଉଣା ଅଧିକେ ବୁଝିଲେଣି । ସରକାର ମଧ୍ୟ ଖେଳ ଓ ଖେଳାଳୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି l"

ସେ ଆହୁରି ମଧ୍ୟ କହିଛନ୍ତି, "ଆମ ସମୟରେ ଝିଅମାନଙ୍କ ପାଇଁ ଏମିତି ସୁଯୋଗ ନଥିଲା l ମୁଁ ଖେଳକୁ ଭଲ ପାଉଥିଲି ବୋଲି ସାଇକେଲିଷ୍ଟ ହୋଇଥିଲି । ଯାହାକୁ ଯେଉଁ ଖେଳ ଭଲ ଲାଗୁଛି ସେଥିରେ ସେ ମନୋନିବେଶ କରନ୍ତୁ l ଆଉ ଅଭିଭାବକମାନେ ମଧ୍ୟ ଜାଣିବା ଦରକାର ଯେ, ବର୍ତ୍ତମାନ ପାଠ ପଢ଼ା ସହ ଖେଳର ମଧ୍ୟ ସମାନ ମହତ୍ୱ ରହିଛି । ବର୍ତ୍ତମାନ ଖେଳ ମୁଖ୍ୟସ୍ରୋତରେ ସାମିଲ ହୋଇ ସାରିଛି । ତେଣୁ ନିଜ ପିଲାଙ୍କୁ ଖେଳିବାକୁ ମତାପିତା ପ୍ରୋତ୍ସାହନ ଦିଅନ୍ତୁ ।"

ଏହା ମଧ୍ୟ ପଢନ୍ତୁ...ରାଜସ୍ଥାନରେ ଓଡ଼ିଆ ଝିଅ ପ୍ରତ୍ୟାଶାଙ୍କ କମାଲ: ଖେଲୋ ଇଣ୍ଡିଆ ୟୁନିଭର୍ସିଟି-2025 ରେ ହାତେଇଲେ ପାଞ୍ଚ ମେଡାଲ

ଏହା ମଧ୍ୟ ପଢନ୍ତୁ...IPL 2026 ମିନି ଅକ୍ସନ: ସର୍ଟଲିଷ୍ଟରେ 1355 ଖେଳାଳି, ମ୍ଯାକ୍ସଓ୍ବେଲ ଆଉଟ-କାମେରନ ଗ୍ରୀନଙ୍କ ଉପରେ ନଜର

 
ଇଟିଭି ଭାରତ,ସମ୍ବଲପୁର 

Share This Video


Download

  
Report form
RELATED VIDEOS