କୋଣାର୍କ ମହୋତ୍ସବ: ଓଡ଼ିଶୀ ନୃତ୍ୟ ଦେଖି ଅଭିଭୂତ ହେଲେ ରାଜ୍ୟପାଳ

ETVBHARAT 2025-12-06

Views 1

ନିମାପଡ଼ା(ପୁରୀ) : ଶେଷ ହେଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ପାଞ୍ଚ ଦିନ ଧରି ଚାଲିଥିବା ୩୬ ତମ କୋଣାର୍କ ମହୋତ୍ସବ ଏବଂ ୧୫ ତମ ଆର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ ସମାପ୍ତ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ରାଜ୍ୟପାଳ ଡ. ହରିବାକୁ କମ୍ଭମପତି ଯୋଗ ଦେଇଥିଲେ । ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରଙ୍କ ଦ୍ବାରା ପ୍ରଦର୍ଶିତ ଶାସ୍ତ୍ରୀୟ ନୃତ୍ୟ ଦେଖି ଅଭିଭୂତ ହୋଇଥିଲେ ରାଜ୍ୟପାଳ ।  

ଅ ନ୍ତିମ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ଉତ୍କଳ ଡ୍ୟାନ୍ସ ଓ ରିସର୍ଚ୍ଚ ଏକାଡେମୀର ଓଡ଼ିଶୀ ନୃତ୍ୟଶିଳ୍ପୀ ଆରତୀ କର ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ । ଓଡ଼ିଶୀର ପ୍ରଥମ ପ୍ରସ୍ତୁତି ଥିଲା 'ତ୍ରିପଥଗା' । ପରେ ସମ୍ପୃକ୍ତା ସିହ୍ନା ଓ ତାଙ୍କ ସାଥୀ କଳାକାରଙ୍କ ଦ୍ବାରା ପରିବେଷିତ ହୋଇଥିଲା କଥକ ନୃତ୍ୟ । ଯାହାକୁ ଦେଖି ବିଭୋର ହୋଇଥିଲେ ଉପସ୍ଥିତ ଦର୍ଶକ ।

ସେହିପରି ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଅନ୍ତିମ ଦିନରେ ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ବିଷୟବସ୍ତୁ ଥିଲା 'ଆତ୍ମନିର୍ଭର ଭାରତ' ଏବଂ ମହିଳାମାନଙ୍କ ପାଇଁ ଥିଲା 'ବିକଶିତ ଭାରତ' । ଏହି ଦୁଇଟି ବିଷୟବସ୍ତୁକୁ ନେଇ ଅତି ଚମତ୍କାର ବାଳୁକା ଚିତ୍ରକଳା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ ।

ଉତ୍ସବକୁ ପର୍ଯ୍ୟଟନ ବିଭାଗ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଙ୍ଗୀତ ନାଟକ ଏକାଡେମୀର କର୍ମକର୍ତ୍ତା ବୃନ୍ଦ ପରିଚାଳନା କରିଥିଲେ । ପାଞ୍ଚ ଦିନବ୍ୟାପୀ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ଓ ନାଜିୟା ଆକ୍ରମ ଏବଂ ପରିଚାଳନାରେ ସହ‌ଯୋଗ କରିଥିଲେ ଡ ସଙ୍ଗୀତା ଗୋସାଇଁ ।

ଏହା ମଧ୍ୟ ପଢନ୍ତୁ...ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ - KONARK FESTIVAL 2025

 ଏହା ମଧ୍ୟ ପଢନ୍ତୁ...କୋଣାର୍କ ମହୋତ୍ସବ: ଶାସ୍ତ୍ରୀୟ ନୃତ୍ୟ ସହ ବାଳୁକା କଳାର ମଜା ନେଉଛନ୍ତି ପର୍ଯ୍ୟଟକ


ଇଟିଭି ଭାରତ, ନିମାପଡ଼ା

Share This Video


Download

  
Report form
RELATED VIDEOS