ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ

ETVBHARAT 2025-01-10

Views 0

ବ୍ରହ୍ମପୁର: ପ୍ରବାସୀ ଭାରତୀୟ ଦିବସ ପାଇଁ କିଏ କାନାଡାରୁ ତ ଆଉ କିଏ ଆମେରିକା ପୁଣି କିଏ ଋଷରୁ ସ୍ବଦେଶକୁ ଫେରିଛନ୍ତି । ନିଜ ଦେଶକୁ ଫେରି ଗର୍ବ ଅନୁଭବ କରିବା ସହ ଓଡ଼ିଶାର କଳା ସଂସ୍କୃତିକୁ ମଧ୍ୟ ପ୍ରଶଂସା କରୁଛନ୍ତି ପ୍ରବାସୀ ଭାରତୀୟ । ଗତକାଲି ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ଦିବସ  କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିଛନ୍ତି ବ୍ରହ୍ମପୁର ସହରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା।  ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ସେ ଭାରତ ମାନଚିତ୍ର, ଶ୍ରୀମନ୍ଦିର, ଦକ୍ଷିଣ ଓଡ଼ିଶାର ଶକ୍ତି ପୀଠ ମା ତାରାତାରିଣୀ ମନ୍ଦିରକୁ ନିଜର କଳାରେ ସ୍ଥାନୀତ କରିଛନ୍ତି ।  ଏଥିସହ ପ୍ରବାସୀ ଭାରତୀୟ ଲୋଗକୁ ମଧ୍ୟ ସେଥିରେ ସ୍ଥାନ ଦେଇ ସାରା ବିଶ୍ବରୁ ଓଡ଼ିଶାକୁ ଲୋକେ ଆସିଥିବାରୁ ଖୁସି ବ୍ଯକ୍ତ କରିଛନ୍ତି ।    

ଇଟିଭି ଭାରତ, ବ୍ରହ୍ମପୁର

Share This Video


Download

  
Report form
RELATED VIDEOS