'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ

ETVBHARAT 2025-11-06

Views 4

ପୁରୀ: ରାଷ୍ଟ୍ରୀୟ ଗୀତ 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବାଲୁକା ଆନିମେସନ୍ ତିଆରି କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହି ଆନିମେସନ୍‌ରେ ସେ ସୁନ୍ଦର ଭାବରେ 'ବନ୍ଦେ ମାତରମ୍' ଗୀତର ଯାତ୍ରାକୁ ଚିତ୍ରିତ କରିଛନ୍ତି । ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଏହି ଅମର ଗୀତ କିପରି ଭାରତୀୟ ସ୍ଵାଧୀନତା ଆନ୍ଦୋଳନକୁ ପ୍ରେରିତ କରିଥିଲା, ତାହା ଏହି ବାଲୁକା କଳାକୃତିରେ ସ୍ପଷ୍ଟ ଭାବେ ପ୍ରକାଶ କରିଛନ୍ତି ।


ଦୁଇ ମିନିଟ୍ ତିରିଶି ସେକେଣ୍ଡର ଏହି ବାଲୁକା ଆନିମେସନ୍ ମାନସ କୁମାର ସାହୁଙ୍କ ପୁରୀରେ ଥିବା ଓଡ଼ିଶାର ସ୍ୟାଣ୍ଡ ଆନିମେସନ୍ ଷ୍ଟୁଡିଓରେ ସୃଜିତ ହୋଇଛି । ଏହି ଆନିମେସନ୍‌କୁ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କୁ ପ୍ରାୟ ଦୁଇ ଦିନ ସମୟ ଲାଗିଛି । ଏହି ସୃଜନଶୀଳ ପ୍ରୟାସ ମାଧ୍ୟମରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଏହି ଶିଳ୍ପୀ ପୁନର୍ବାର ତାଙ୍କ ଶିଳ୍ପୀୟ ପାରଦର୍ଶିତା ଓ ଭାରତର ସମୃଦ୍ଧ ସାଂସ୍କୃତିକ ଓ ଦେଶଭକ୍ତିମୟ ଐତିହ୍ୟ ପ୍ରତି ଗଭୀର ଶ୍ରଦ୍ଧା ଦେଖାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...

ବାଲୁକାରେ ବୋଇତ, ୱାଲର୍ଡ ରେକର୍ଡ୍ସ ବୁକ୍‌ ଅଫ ଇଣ୍ଡିଆରେ ସୁଦର୍ଶନ ପଟ୍ଟନାୟକ

ବାଲୁକା ଚିତ୍ରକଳାରେ ବିଶ୍ଵକପ ବିଜୟୀ ମହିଳା କ୍ରିକେଟ ଟିମକୁ ଶୁଭେଚ୍ଛା

ବାଲୁକା ଶିଳ୍ପୀ ମାନସ କୁମାର ସାହୁ କହିଛନ୍ତି, "ବନ୍ଦେ ମାତରମ କେବଳ ଏକ ଶବ୍ଦ କି କବିତା ନୁହେଁ, ଏହା କୋଟି କୋଟି ଭାରତୀୟଙ୍କ ହୃଦୟର କଥା । କୋଟି କୋଟି ଭାରତୀୟ ବନ୍ଦେ ମାତରମ୍‌ କହି ଏକାଠି ହୋଇଯାଆନ୍ତି ଦେଶମାତୃକା ପାଇଁ ଜୀବନ ଦେବା ପାଇଁ । ସ୍ବତନ୍ତ୍ର ଭାରତ ଗଠନ କରିବା ପାଇଁ ବନ୍ଦେ ମାତରମ ଏକ ମସାଲ ଭଳି କାମ ଦେଇଥିଲା । ଏହାର ଲେଖକ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ କୋଟି କୋଟି ପ୍ରଣାମ । ତାଙ୍କ ଲେଖା ଦେଶର ସ୍ବତନ୍ତ୍ରତା ପାଇଁ ମସାଲ ଭଳି କାମ କରିଥିଲା । ଏହି ସ୍ୟାଣ୍ଡ ଆନିମେସନ୍‌କୁ ଆମେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ପାଇଁ ସମର୍ପିତ କରୁଛି ।" 

ଇଟିଭି ଭାରତ, ପୁରୀ

Share This Video


Download

  
Report form
RELATED VIDEOS