NUAPADA BY ELECTION 2025, ନୂଆପଡ଼ା: ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ନୂଆପଡା ସ୍ଥିତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 120 ନମ୍ବର ବୁଥରେ ଭୋଟ ଦେଇଛନ୍ତି ଘାସିରାମ । ସେ ଭୋଟ ଦେଇ ବେଶ୍ ଖୁସି ବ୍ୟକ୍ତ କରିଥିବା ବେଳେ ବିଜୟ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଘାସିରାମ ମାଝୀ କହିଛନ୍ତି," ମତଦାନ କେନ୍ଦ୍ରରେ ସମସ୍ତ ପ୍ରକାର ସୁବିଧା କରାଯାଇଛି । ବହୁତ ସୁନ୍ଦର ବ୍ୟବସ୍ଥା ହୋଇଛି । ମୁଁ ଏଥର 2 ହଜାର ପ୍ରତିଶତ ନିର୍ବାଚନ ବିଜୟୀ ହେବି । ନୂଆପଡା ଭୋଟର ଆଉ ଅବହେଳିତ ନୁହନ୍ତି । ଏଥର ବହୁତ ସଚେତନ ରହିଛନ୍ତି । ଭଲ ଏବଂ ଉପଯୁକ୍ତ ପ୍ରାର୍ଥୀ ଦେଖି ସେମାନଙ୍କ ବହୁମୂଲ୍ୟ ଭୋଟ ଦେବେ ବୋଲି ମୋର ଆଶା । "
ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସକାଳୁ ସକାଳୁ ଭୋଟ ଦେବା ପାଇଁ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ଯେ କୌଣସି ଅସୁବିଧାକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ରହିଛି ନୂଆପଡା ଜ଼ିଲ୍ଲା ପ୍ରଶାସନ ।
ଏହା ମଧ୍ୟ ପଢନ୍ତୁ...ନୂଆପଡ଼ାରେ ଭୋଟ୍ ଦେଲେ ଢୋଲକିଆ ପରିବାର, ଜୟ କହିଲେ 'ବାପାଙ୍କ ଭଳି କରିବି ଲୋକଙ୍କ ସେବା'
ଏହା ମଧ୍ୟ ପଢନ୍ତୁ... କିଏ ଜିତିବ ନୂଆପଡ଼ା ଗଡ଼ ! ମୈଦାନରେ 14 ଯୋଦ୍ଧା , ବିଜେପି-ବିଜେଡି-କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ
ଏହା ମଧ୍ୟ ପଢନ୍ତୁ... ନୂଆପଡ଼ା ଉପନିର୍ବାଚନ; ସକାଳ 9ଟା ସୁଦ୍ଧା 14.99% ମତଦାନ, ଭୋଟ ଦେଲେ ଜୟ ଢୋଲକିଆ, 36 ନମ୍ବର ବୁଥ୍ ପ୍ରିଜାଇଡିଂ ଅଫିସର୍ ସସ୍ପେଣ୍ଡ
ଇଟିଭି ଭାରତ, ନୂଆପଡ଼ା