ମାଲ୍ୟବନ୍ତ ମହୋତ୍ସବ-୨୦୨୫, ଉନ୍ମୋଚନ ହେଲା ପୋଷ୍ଟର

ETVBHARAT 2025-12-01

Views 8

ମାଲକାନଗିରି: ଆରମ୍ଭ ହେଲା 'ମାଲ୍ୟବନ୍ତ ମହୋତ୍ସବ-୨୦୨୫', ଉନ୍ମୋଚନ ହେଲା ପୋଷ୍ଟର । ମାଲକାନଗିରିର ପ୍ରସିଦ୍ଧ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଇଁ ପ୍ରଥମ ପର୍ଯ୍ୟାୟରେ ପୋଷ୍ଟର ଉନ୍ମୋଚନ କରାଯିବା ସହ ଅନୁଷ୍ଠିତ ହୋଇଥିଲା କଳସ ଯାତ୍ରା । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ତତ୍ତ୍ୱାବଧାନରେ ଏହି ବିଶାଳ କଳସ ଯାତ୍ରା ଆୟୋଜନ କରାଯାଇଥିଲା । ଏହା ସ୍ଥାନୀୟ ଭୈରବ ମନ୍ଦିରଠାରେ ପୂଜାର୍ଚ୍ଚନା କରାଯିବା ପରେ ବିରାଟ୍ ଶୋଭାଯାତ୍ରାରେ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା । ଏବଂ ସେଠାରେ କଳସଗୁଡ଼ିକୁ ରଖାଯାଇଥିଲା । ତେବେ ମାଲ୍ୟବନ୍ତ ମହୋତ୍ସବ ଆସନ୍ତା ୧୪ରୁ ୧୮ ଡିସେମ୍ୱର ପର୍ଯ୍ୟନ୍ତ ପାଳନ ହେବ । ଏହି ଅବସରରେ ମାଲ୍ୟବନ୍ତ ମହୋତ୍ସବ ପୋଷ୍ଟର ଉନ୍ମୋଚନ କରାଯାଇଛି ।

ଏନେଇ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି,"ମାଲ୍ୟବନ୍ତ ମହୋତ୍ସବ ପାଇଁ ଆମର କଳସ ଯାତ୍ରା ଆୟୋଜନ କରାଯାଇଥିଲା । ଆସନ୍ତା ୧୪ରୁ ୧୮ ଡିସେମ୍ୱର ପର୍ଯ୍ୟନ୍ତ ପାଳନ ହେବ ଆମର ଏହି ମହୋତ୍ସବ । ଏହା ପୂର୍ବରୁ ପୋଷ୍ଟର ଉନ୍ମୋଚନ କରାଯାଇଛି । ଏହାସହ କିଭଳି ଶାନ୍ତି ଶୃଙ୍ଖଳାର ସହ ଏହି ମହୋତ୍ସବ ସମାପନ ହେବ ସେନେଇ ପୂଜାର୍ଚ୍ଚନା କରାଯିବା ସହ ଏକ ବିଶାଳ କଳସ ଯାତ୍ରା ଆୟୋଜନ କରାଯାଇଥିଲା ।"

ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ଙ୍କ ସମେତ ବିଡିଓ, ତହସିଲଦାର, ଜନ ପ୍ରତିନିଧି ଓ ମହୋତ୍ସବ କମିଟିର ସଦସ୍ୟ ଉପସ୍ଥିତ ଥିଲେ । ଏହି ଶୋଭାଯାତ୍ରା ପାଇଁ ସ୍ଥାନୀୟ ସିଡିପିଓ ଶ୍ରୀମତୀ ରେଖା ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ମାଆମାନେ ପୂଜାର୍ଚ୍ଚନା ଓ ରଙ୍ଗୋଲୀ ଦାୟିତ୍ଵ ନିର୍ବାହ କରିଥିଲେ। ଏହି କଳସ ଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ମାଲକାନଗିରି ବ୍ଳକ୍ ଅଧ୍ୟକ୍ଷା ଗୌରୀ ପଡିଆମୀ, ଚିତ୍ରକୋଣ୍ଡା ବ୍ଳକ୍ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, କୋରୁକୁଣ୍ଡା ବ୍ଳକ୍ ଅଧ୍ୟକ୍ଷ ଜିତୁ ବୁରୁଡ଼ି, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଦୀପ ନାୟକ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଉପସ୍ଥିତ ଥିଲେ । 

ଏହା ମଧ୍ୟ ପଢନ୍ତୁ..ଓଡିଶା ବିହଙ୍ଗ ଉତ୍ସବ; ପର୍ଯ୍ୟଟକ ଶୁଣିବେ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ, କେବେ ଓ କ'ଣ ରହିଛି ସୁବିଧା

 

ଇଟିଭି ଭାରତ, ମାଲକାନଗିରି 

Share This Video


Download

  
Report form
RELATED VIDEOS