ବାଲୁକା ଚିତ୍ରକଳାରେ ମୋଦି ସରକାରଙ୍କ 11 ବର୍ଷ ପୂର୍ତ୍ତି ଶୁଭେଚ୍ଛା ବାର୍ତ୍ତା

ETVBHARAT 2025-06-08

Views 2

ପୁରୀ: ବାଲୁକା ଚିତ୍ରକଳାରେ ମୋଦି ସରକାରର 11 ବର୍ଷ ପୂର୍ତ୍ତିକୁ ନେଇ ଶୁଭେଚ୍ଛା ବାର୍ତ୍ତା  । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର 11 ବର୍ଷ ପୁରଣ କରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା ଚିତ୍ରକଳାରେ ମୋଦି ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। 

ପୁରୀର ନିଳାଦ୍ରୀ ବିଚରେ ସୁଦର୍ଶନ ବାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକୃତି ନିର୍ମାଣ କରିଥିବା ବେଳେ ବିଗତ 11 ବର୍ଷରେ ମୋଦି ସରକାରଙ୍କ ସଫଳ ଯୋଜନାକୁ ମଧ୍ୟ ବାଲୁକା ଚିତ୍ରକଳାରେ ପ୍ରଦର୍ଶନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା ଚିତ୍ରକଳା ଦେଖିବାକୁ ପର୍ଯ୍ୟଟକଙ୍କ ବେଶ୍ ଭିଡ ହୋଇଥଲା ।  

ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, "କେନ୍ଦ୍ର ରେ ମୋଦି ସରକାର୍ 11 ବର୍ଷ ପୂରଣ କରିଛି । ଏହି ଅବସରରେ ତାଙ୍କୁ ସବୁଆଡୁ ଶୁଭେଚ୍ଛା ଆସୁଥିବା ବେଳେ ମୁଁ ଜଣେ କଳାକାର ହିସାବରେ ମୋ କଳା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରଙ୍କ 11 ବର୍ଷ ପୂର୍ତ୍ତିକୁ ଅଭିନନ୍ଦନ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଭଳି ବିକଶିତ ଭାରତ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି ତାହା ବହୁତ ସ୍ବାଗତଯୋଗ୍ୟ । ଏହା ନିଶ୍ଚିତ ଭାରତକୁ ବିକଶିତ କରିବ।" 

Share This Video


Download

  
Report form
RELATED VIDEOS