ସବୁଜ ଦୀପାବଳି ପାଳିବେ ବସ୍ତି ପିଲା, ପ୍ରଦୂଷଣ ରୋକିବାକୁ ଦିଆଗଲା ବାର୍ତ୍ତା

ETVBHARAT 2025-10-17

Views 32

Green Diwali Berhampur ବ୍ରହ୍ମପୁର: ଆସୁଛି ଆଲୋକର ପର୍ବ ଦୀପାବଳି । ରଙ୍ଗୀନ ଆଲୋକମାଳା ସହ ଦୀପରେ ସଜେଇ ହେବ ଘର । ଆତସବାଜୀରେ ଚମକିବ ଆକାଶ । ତେବେ ବ୍ରହ୍ମପୁର ସହରର ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଉଛି ଏହି ପର୍ବ । ବସ୍ତିର କୁନି କୁନି ପିଲାମାନଙ୍କ ସହ ତିଆରି କରିଛନ୍ତି ରଙ୍ଗୀନ ମାଟି ଦୀପ । ପରିବେଶ ପ୍ରଦୂଷଣ ରୋକିବାର ବାର୍ତ୍ତା ନେଇ ଏହି ପ୍ରୟାସ କରିଛନ୍ତି ଯୁବ ବର୍ଗ ।

ବସ୍ତି ପିଲାଙ୍କ ସହ ଦୀପାବଳି ପାଳନ:

ଆଲୋକର ପର୍ବ ଦୀପାବଳୀ ପାଳନ କରିବା ପାଇଁ ସବୁଠି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏଭଳି ସମୟରେ ରେଶମ ସହର ବ୍ରହ୍ମପୁରରେ ରହିଥିବା ବିଭିନ୍ନ ବସ୍ତିରେ କୁନି କୁନି ପିଲାମାନଙ୍କ ମଧ୍ୟରେ ସବୁଜ ଦୀପାବଳୀ ପାଳନ କରିବାର ବାର୍ତ୍ତା ନେଇ ସହରର ବସ୍ତି ଅଞ୍ଚଳରେ ନିଆରା ବାର୍ତ୍ତା ଦେଉଛନ୍ତି ଯୁବ ବର୍ଗ । ସହରର ସାତ୍ତ୍ୱିକ ସୋଲ୍ ଫାଉଣ୍ଡସେନ୍ ପକ୍ଷରୁ ବସ୍ତିର ପିଲାମାନଙ୍କୁ ଏକତ୍ରିତ କରାଯାଇ ମାଟି ଦୀପକୁ ଭଳି କି ଭଳି ରଙ୍ଗରେ ରଙ୍ଗୀନ କରାଯାଉଛି । ଏହାକୁ ପିଲାମାନେ ନିଜ ଘରେ ପ୍ରଜଳ୍ୱିତ କରି ସବୁଜ ଦୀପାବଳି ପାଳନ କରିବା ସହ ପରିବେଶ ପ୍ରଦୂଷଣ କମାଇବା ପାଇଁ ଉଦ୍ୟମ କରିବାକୁ ଆହ୍ୱାନ ଦିଆଯାଇଛି । 
 

ପରିବେଶ ପ୍ରଦୂଷଣ ରୋକିବାର ବାର୍ତ୍ତା:

ଫାଉଣ୍ଡେସନ ସଂଯୋଜକ ଭାରତ ଗୌରବ ଦାସ କହିଛନ୍ତି," ଗତ କିଛି ବର୍ଷ ଧରି ଦୀପାବଳି ସମୟରେ ମାଟି ଓ ଗୋବରରେ ପ୍ରସ୍ତୁତ ଦୀପକୁ ଜଳାଇବାକୁ ଆମେ ଆହ୍ୱାନ ଦେଉଛୁ ।ବସ୍ତିର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ତିଆରି କରାଯାଉଥିବା ଏହି ରଙ୍ଗୀନ ଦୀପକୁ ନିଜ ଘରେ ଜଳାଇବା ପାଇଁ ଦିଆଯାଉଛି ଓ ବଳକା ବଜାରରେ ବିକ୍ରି କରାଯାଉଛି । ସେଥିରୁ  ଉପାର୍ଜିତ ଅର୍ଥକୁ ସେହି ବିଦ୍ୟାର୍ଥୀଙ୍କ ପାଠପଢାରେ ସହାୟତା ପାଇଁ ପୁସ୍ତକ ଏବଂ କିଛି ଉପହାର ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି ।"

ଏହାମଧ୍ୟ ପଢନ୍ତୁ...

ଦ୍ବନ୍ଦ୍ବରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଆସନ୍ତା ୨୦ରେ ଦୀପାବଳି

ଦେଶୀ ଦୀପ ଅପେକ୍ଷା କାହିଁକି ବଢୁଛି କୋଲକାତା ଦୀପର ଚାହିଦା ? ପ୍ରଭାବିତ କାରିଗର

ଚାହିଦାରେ ଇଣ୍ଡିଆନ୍‌ ଲାଇଟ୍‌, ବିଦେଶୀ ଛାଡି ସ୍ବଦେଶୀ ମୁହାଁ ଗ୍ରାହକ

ସ୍ୱେଚ୍ଛାସେବୀ ସ୍ନେହା ଗୌଡ଼ କହିଛନ୍ତି," ଆମେ ଦୀପାବଳି ପୂର୍ବରୁ କିପରି ଇକୋ-ଦୀପାବଳି ପାଳନ କରିବା ସେହି ପ୍ରୟାସ ନେଇ ଏହି କାର୍ଯ୍ୟ କରୁଛୁ । ଦୀପାବଳିରେ ଫୁଟା ଯାଉଥିବା ବାଣ ପରିବେଶ ପ୍ରଦୂଷଣକେ ଅନେକ ପ୍ରଭାବ ପକାଉଥିବା ବେଳେ ଗତ ଦୁଇ ବର୍ଷ ଧରି ଏପରି ଉଦ୍ୟମ ଜାରି ରହିଛି ।"

ଇଟିଭି ଭାରତ, ବ୍ରହ୍ମପୁର

Share This Video


Download

  
Report form
RELATED VIDEOS