ଗୋପାଳପୁରରେ ଉଦଘାଟିତ ସାଉଥ୍ ଏସିଆନ ମୈତ୍ରୀ ସମ୍ମିଳନୀ, ଯୋଗ ଦେଲେ ବିଭିନ୍ନ ରାଜ୍ୟର ପ୍ରତିନିଧି

ETVBHARAT 2025-12-12

Views 27

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ୩୫ତମ ସାଉଥ୍ ଏସିଆନ୍ ଫ୍ରାଟେରନିଟି (ଦକ୍ଷିଣ ଏସୀୟ ମୈତ୍ରୀ ସଂଙ୍ଗଠନ)ର ତିନି ଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି । ଆଜି (ଶୁକ୍ରବାର) ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରାଯାଇଛି । ସମ୍ମିଳନୀରେ ମୁଖ୍ୟଅତିଥି ଭାବରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜକୁମାର ଚୋପ୍ରା ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ନିଜ ବକ୍ତବ୍ୟରେ ଦକ୍ଷିଣ ଏସିଆରେ ରହିଥିବା ପଡୋଶୀ ବାଂଲାଦେଶ ଓ ପାକିସ୍ତାନର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏସିଆର ଦେଶଗୁଡିକ ମଧ୍ୟରେ ବାଣିଜ୍ୟକ ସମ୍ପର୍କ ଓ ଆର୍ଥିକ ସହଯୋଗ ବଢିବା ଆବଶ୍ୟକ ବୋଲି ରାଜକୁମାର କହିଛନ୍ତି । 

ଏହି ତିନି ଦିନିଆ ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିନିଧି ଯୋଗ ଦେଇ ଦକ୍ଷିଣ ଏସିଆରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ଆଲୋଚନା କରିଛନ୍ତି । ଏହି ସମ୍ମିଳନୀରେ ଆସାମ, ତ୍ରିପୁରା, ଛତିଶଗଡ, ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ଓଡ଼ିଶା, ଦିଲ୍ଲୀ, ବିହାର, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ତାମିଲନାଡୁ ଭଳି ୧୮ଟି ରାଜ୍ୟରୁ ପ୍ରତିନିଧି ଓ ବୁଦ୍ଧିଜୀବୀ ଯୋଗ ଦେଇ ନିଜ ଅଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା ଓ ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିଛନ୍ତି । ଏହାସହ ନିଜ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ଆଦାନ ପ୍ରଦାନ କରିଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ...

୨୦୨୬ ପାଇଁ ହଲିଡେ ଲିଷ୍ଟ୍‌ ଜାରି; ଓଡ଼ିଶାରେ କେତେଦିନ ସରକାରୀ ଛୁଟି ? ଜାଣନ୍ତୁ

ଗଞ୍ଜାମ ଛାତ୍ରୀଙ୍କ 'ଏୟାର ଡିଜାଷ୍ଟର ସେଫ୍ଟି ସିଷ୍ଟମ ପ୍ରୋଜେକ୍ଟ', ବିମାନ ଦୁର୍ଘଟଣା ରୋକିବା ପାଇଁ ପରିକଳ୍ପନା

ଏହି ସମ୍ମିଳନୀ ଜରିଆରେ ଦେଶର କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯୋଗ ଦେଇଥିବା ପ୍ରତିନିଧିମାନେ ଗୋପାଳପୁରରେ ଏକତ୍ରିତ ହୋଇ ଦକ୍ଷିଣ ଏସିଆର ଅଣ ବିବାଦୀୟ ବିଷୟକୁ ନେଇ ଆଲୋଚନା କରିବାକୁ ମଞ୍ଚାସୀନ ଅତିଥିମାନେ ଆହ୍ୱାନ କରିଥିଲେ । ସେହିପରି ଏହି ଅବସରରେ ଜୀବନରେ ନୈତିକ ମୂଲ୍ୟବୋଧର ଭୂମିକା ଏବଂ ଦକ୍ଷିଣ ଏସିଆର ଦେଶ ଗୁଡ଼ିକରେ ଶିକ୍ଷା ଓ ସ୍ବାସ୍ଥ୍ୟ ସ୍ଥିତି ବିଷୟରେ ଆଲୋଚନା ହୋଇଥିବା ବେଳେ ଏଥିରେ ପ୍ରଫେସର ମଦନ ମୋହନ ମହାପାତ୍ର ଓ ଡ. ସାରଦା ପ୍ରସାଦ ସାହୁ ଯୋଗ ଦେଇ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଂଗଠନର ଆଜୀବନ ସଦସ୍ୟ ଶଙ୍କର ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ କିଶୋର୍ ଦର୍ଶନ ତଲମାଲି ଶେଷରେ ଧନ୍ୟବାଦ ଦେଇଥିଲେ । 

ଇଟିଭି ଭାରତ, ବ୍ରହ୍ମପୁର

Share This Video


Download

  
Report form
RELATED VIDEOS